The Ultimate Managed Hosting Platform
ADVERTISEMENT

ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା

Facebook
Twitter
LinkedIn

ପୁରୀ : ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ପାଇଁ ମିଳିବ ସହାୟତା । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଆଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ମିଳିବ ସହାୟତା । ସହାୟତା ପାଇଁ ଅନେକ ଆବେଦନ ଆସିଥିବା ବେଳେ ତାହାକୁ ନେଇ ବିଚାର କରାଯାଉଛି । ଯେଉଁମାନେ ଆବେଦନ କରିନାହିଁନ୍ତି ସେମାନଙ୍କ ପାଇଁ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ୍ । ଏନେଇ ବିଚାର କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ଲଗାଯିବା ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଏହି ସିଷ୍ଟମ୍ ଲାଗିବା ଦ୍ୱାରା ଶ୍ରୀମନ୍ଦିର ଉପରେ କିମ୍ବା ଚାରିପାଶ୍ୱର୍ରେ କେଉଁଠି ବି ଡ୍ରୋନ୍ ଉଡିବା ମାତ୍ରେ ଏହାକୁ ଖସାଇ ଦିଆଯାଇ ପାରିବ । ଏଥିାପଇଁ ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ ବୋଲି ମନ୍ତ୍ରୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login