The Ultimate Managed Hosting Platform
ADVERTISEMENT

ରଥଯାତ୍ରା ନେଇ ବସିଲା ସୁରକ୍ଷା ବୈଠକ ; ସ୍ନାନପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ଫୋର୍ସ

Facebook
Twitter
LinkedIn

ପୁରୀ : ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ । ସ୍ନାନପୂର୍ଣ୍ଣିମା ପାଇଁ ପୁରୀ ଜଗିବେ ୭୦ ପ୍ଲାଟୁନ ଫୋର୍ସ । ପୁରୀ ଏସ୍ପି ବିନୀତ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଏସ୍ପି, ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ଦେବସ୍ନାନ ପୂର୍ଣ୍ଣିମା ଜୁନ୍ ୧୧ ତାରିଖରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଜୁନ୍ ୯ ତାରିଖରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login