ଭୁବନେଶ୍ୱର : ରଥଯାତ୍ରା ଓ ବାହୁଡା ଯାତ୍ରାରେ ଅନେକ ବିଶୃଙ୍ଖଳା ପରିସ୍ଥିତି ଉପୁଜୁଛି । ଏଣୁ ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା । ଆଜି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ରଥଯାତ୍ରୀ ପରବର୍ତ୍ତୀ ସମୀକ୍ଷା ବୈଠକ । ରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ ହେଉଥିବା ଦୈନନ୍ଦିନ ନୀତିକାଠି ଓ ଉତ୍ସବ ପାଳନରେ ବିଶୃଙ୍ଖଳା ଦେଖାଦେଉଛି । ଠାକୁରଙ୍କ ଦର୍ଶନରେ ଶୃଙ୍ଖଳା ଆସିପାରୁନି । ଠେଲାପେଲା ଭିତରେ ଠାକୁର ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି । ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ବୈଠକରେ ଆଲୋଚନା କରାଯିବ ।
Views: 96