ପୁରୀ: ରତ୍ନ ଭଣ୍ଡାର କମିଟି ବୈଠକରେ ନିଷ୍ପତ୍ତିାଶେଷ ହୋଇଛି ରତ୍ନଭଣ୍ଡାର କମିଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । ଏହି ବୈଠକରେ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ କମିଟି ସଦସ୍ୟଙ୍କ ସହ ଏଏସଆଇ ବୈଷୟିକ କମିଟି ସଦସ୍ୟ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ମୁତାବକ, ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ । ବରଂ ଆଜି ରତ୍ନଭଣ୍ଡାର ମରାମତି ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଯେପରି ଶ୍ରୀମନ୍ଦିର ଢାଞ୍ଚା ଉପରେ କୌଣସି ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି ନହେବ, ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ସୃଷ୍ଟି ନହେବ, ଏବଂ ଦର୍ଶନାର୍ଥୀଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ ସେସବୁକୁ ଦୃଷ୍ଟିରେ ରଖି କିପରି ରତ୍ନଭଣ୍ଡାର ଭିତରର ମରାମତି କାମ ହେବ ଏହା ଉପରେ ବୈଠକରେ ଆଲୋଚନା ହୋଇଛି ।ପ୍ରଥମେ ରତ୍ନଭଣ୍ଡାର ମରାମତି ତା’ପରେ ଅଳଙ୍କାର ଗଣତି ମଣତି ହେବ ।
Views: 58