ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପପୁଲାର କପଲ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ । କାଲି ଅର୍ଥତ୍ ଫେବୃଆରୀ ୨୧ରେ ସେମାନଙ୍କର ବିବାହ ହୋଇଛି। ଲୋକମାନେ ଦିନସାରା ଏହି ହାଇ ପ୍ରୋଫାଇଲ୍ ବିବାହର ଫଟୋକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ତାଙ୍କ ଫ୍ୟାନ୍ସଙ୍କ ସହ ତାଙ୍କ ବିବାହର କିଛି ଫଟୋ ସେୟାର କରିଛନ୍ତି । ଏହା ପରେ ଫ୍ୟାନ୍ସ ମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିବାହ ଫଟୋରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ସୁଖକୁ ସ୍ପଷ୍ଟ ଭାବରେ ଦେଖିପାରିବେ । ରକୁଲ ଏକ ପେଷ୍ଟେଲ ପିଙ୍କ୍ କଲରର ଲେହେଙ୍ଗା ପିନ୍ଧିଥିବାବେଳେ ଜ୍ୟାକି ଏକ କ୍ରିମ କଲର ଶେରୱାନିରେ ଦେଖିବାକୁ ମିଳିଥିଲେ । ଏହି ଦମ୍ପତି ନିଜ ପୋଷାକ ସହିତ ମ୍ୟାଚ୍ ହେଉଥିବା ଭଳି ପିଙ୍କ୍ ଫୁଲର ଫୁଲମାଳ ପକାଇଛନ୍ତି । ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବୁଧବାର ଗୋଆରେ ବିବାହ କରିଥିଲେ ଏବଂ ସନ୍ଧ୍ୟାରେ ଉଭୟ ହିନ୍ଦୁ ଧର୍ମ ଅନୁଯାୟୀ ବିବାହ କରିଥିଲେ । ଗୋଆରେ ହୋଇଥିବା ଏହି ବିବାହରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି ।
ରକୁଲ ଓ ଜ୍ୟାକିଙ୍କ ବିବାହ ଫଟୋ ଭାଇରାଲ, ଅଭିନନ୍ଦନ ଜଣାଇଲେ ଫ୍ୟାନ୍ସ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...