ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ୪୦ ଯାତ୍ରୀ ଆହତ ହୋଇଛନ୍ତି । ଖବର ମୁତାବକ, ବସଟି ଜୈସଲମୈରରୁ ଯୋଧପୁର ଯାଉଥିଲା । ହଠାତ୍ ବସରେ ନିଆଁ ଲାଗିବା ଯୋଗୁଁ ବସଟି ରାସ୍ତା ମଝିରେ ଜଳି ଉଠିଥିଲା । ଦୁର୍ଘଟଣା ଥଇୟାତ ଗାଁ ଘଟିଛି । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ବସରେ ନିଆଁ ଲାଗିବା ଯୋଗୁଁ ୧୦ ରୁ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କାମରେ ଲାଗିପଡିଥିଲେ । ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ଆଉ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି ।
Views: 0