ବାଲେଶ୍ୱର : ଟାଉନ ଥାନା ସିନେମା ଛକରେ ଜଳିଗଲା ଦୋକାନ । ୪ ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଥମେ ସର୍ଟସର୍କିଟରୁ ନିଆଁ, ଉପର ମହଲାରେ ବାଣ ଗଚ୍ଛିତ ଥିବାରୁ ଆହୁରି ତୀବ୍ର ହେଲା ନିଆଁ । ୪ରୁ ୫ କୋଟି ଟଙ୍କାର ସାମଗ୍ରୀ ନଷ୍ଟ ଅଭିଯୋଗ । ସୋରୁମ ବାହାରେ ଥିବା ଟ୍ରାନ୍ସଫର୍ମର ମଧ୍ୟ ଜଳୁଛି । ନିଆଁ ଲାଗି ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କାର କସମେଟିକ୍ସ , ଗିଫ୍ଟ ଆଇଟମ ସହ ସମସ୍ତ ଘରକରଣା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି ।
Views: 70











