ରାଇକିଆ : ଯାତ୍ରୀବାହୀ ବସ – ଅଟୋ ମୁହାଁମୁହିଁ ଧକ୍କା । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଗମାଣ୍ଡି ବୁଲାଣିରେ ଦୁର୍ଘଟଣା ଘଟିଛି । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୮ବର୍ଷର ପିଲା ଗୁରୁତର। ଅନ୍ୟ ଜଣେ ସାମାନ୍ୟ ଆହାତ ହୋଛନ୍ତି । ଗୁରୁତରଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ଗମାଣ୍ଡି ଗାଁର ଆରିୟନ ଦିଗାଲ । ବସ୍ ରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ । ଭାଗ୍ୟବଶତଃ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।
Views: 72