ନୂଆଦିଲ୍ଲୀ : ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନଙ୍କ ମିଳିତ ପ୍ରେସ ବିବୃତି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏମଓୟୁ ନେଇ ସୂଚନା ଜାରି । ୨୩ ତମ ଶିଖର ସମ୍ମିଳନୀ ନେଇ ମୋଦୀଙ୍କ ବଡ ସୂଚନା । ଭାରତ ପ୍ରତି ପୁଟିନଙ୍କ ମିତ୍ରତା ନେଇ ବଧେଇ ଜଣାଇଲେ । ୨୫ ବର୍ଷ ତଳେ ଷ୍ଟ୍ରାଟେଜିକ ପାର୍ଟନର ପୁଟିନ ଆରମ୍ଭ କରିଥିଲେ ।
ଭାରତ-ରୁଷିଆ ସମ୍ପର୍କ ଧ୍ରୁବତାରା ସଦୃଶ । ସବୁ ପରିସ୍ଥିତିରେ ତାଙ୍କର ନେତୃତ୍ୱ ଆମର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି । ଗଭୀର ବନ୍ଧୁତ୍ୱ ଓ ଭାରତ ପ୍ରତି ଅବିଚଳିତ ପ୍ରତିବଦ୍ଧତା ପାଇଁ କୃତଜ୍ଞତା । ଆର୍ଥିକ ସହଭାଗୀତା ନେଇ ସହମତି ହୋଇଛି କହିଲେ । ୨୦୩୦ ପ ର୍ଯ୍ୟନ୍ତ ଇକୋନାମିକ କୋପରେସନ ପାର୍ଟନର ନେଇ ସହମତି । ଆତଙ୍କବାଦ ବିରୋଧରେ ମିଳିତ ଲଢେଇ ଜାରି ରହିବ ବୋଲି କହିଛନ୍ତି ମୋଦି । ୟୁକ୍ରେନକୁ ନେଇ ଆମର ଶାନ୍ତି ଉଦ୍ୟମ ପୂର୍ବପରି ଜାରି ରହିବ ।
Views: 43










