ଭୁବନେଶ୍ୱର : ବିଧାନସଭାରେ ବି ଉଠିଲା ମୋ ବସ୍ ଦୁର୍ଘଟଣା ପ୍ରସଙ୍ଗ । ମୋ ବସ୍ ନା ମର୍ଡର ବସ୍ ? ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ । ମୋ ବସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ କ୍ଷତି ଭରଣା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ । ମୋ ବସ ଡ୍ରାଇଭରଙ୍କ ସ୍କିଲ ଟେଷ୍ଟ ଠିକ ଭାବେ କରାଯାଉଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ‘ମୋ ବସ୍’ ପାଇଁ ଅଲଗା ରୁଟ୍ ବ୍ୟବସ୍ଥା କରାଯିବ କି ପ୍ରଶ୍ନ କଲେ। ସୂଚନା ଯୋଗ୍ୟ କିଛିଦିନ ପୂର୍ବରୁ ରାଜଧାନୀରେ ପୁଣିଥରେ ମୋ ବସ୍ ଆତଙ୍କ ସୃଷ୍ଟି କରିଥିଲା । ମୋ ବସ୍ ଚକ ତଳେ ଚାଲିଯାଇଥିଲା ଜଣେ ମହିଳାଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ହୋଇହୋଇଥିଲେ ।
Views: 18