The Ultimate Managed Hosting Platform
ADVERTISEMENT

ମେଟ୍ରୋ ପାଇଁ ଜନପଥରେ ସର୍ଭେ

Facebook
Twitter
LinkedIn

ଭୁବନେଶ୍ୱର :ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ । ଜନପଥରେ ପ୍ରସ୍ତାବିତ ୪ ଷ୍ଟେସନକୁ ନେଇ କରାଗଲା ସର୍ଭେ । ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ଦ୍ୱାରା ସର୍ଭେ । ଏଥିରେ ବିଡିଏ, ବିଏମସି, ୱାଟକୋ, ଟିପିସିଓଡିଏଲ, ଗେଲ୍ ବିଏସଏନଏଲ, ଟ୍ରାଫିକ ପୋଲିସ ଟିମ୍ ନିୟୋଜିତ ଅଛନ୍ତି । ମେଟ୍ରୋ ଯିବାକୁ ଥିବା ରାସ୍ତାରେ ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି । ମେଟ୍ରୋ ପାଇଁ ରାସ୍ତାରୁ ହଟିବ ୟୁଟିଲିଟି ଲାଇନ । ଜାନୁଆରୀ ପହିଲାରେ ମେଟ୍ରୋ ଟ୍ରେନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିସ୍ଥାପନ କରିଥିଲେ । ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login