ନୂଆଦିଲ୍ଲୀ ; ଭୂକମ୍ପ ଝଟକାରେ ଥରିଲା ମିଆଁମାର । କେନ୍ଦ୍ରୀୟ ମିଆଁମାର ମିକ୍ଟିଲା ସହରରେ ଭୂକମ୍ପ ଅନୁଭୂତ । ଭୂକମ୍ପ ତୀବ୍ରତା ୫.୫ ରହିଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ଘରୁ ଦୌଡି ବାହାରକୁ ଚାଲିଆସିଥିଲେ । ନିକଟରେ ଭୂକମ୍ପ ହୋଇ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ମିଆଁମାରରେ ଏପ୍ରିଲ ୧୩ ସକାଳ ୭.୫୪ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀରତାର ଥିଲା । ଭୂକମ୍ପର ତୀବ୍ରତା ୫.୫ ରହିଥିଲା ବୋଲି ଜଣାପଡିଛି ।
Views: 26