The Ultimate Managed Hosting Platform
ADVERTISEMENT

ମିଆଁମାର ଭୂକମ୍ପ : ଭାରତ ପକ୍ଷରୁ ସହାୟତା ପାଇଁ ଆରମ୍ଭ ହେଲା ଅପରେସନ “ବ୍ରହ୍ମା”

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାର ଭୂକମ୍ପରେ ୧ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ଘଟଣା । ଭାରତ ପକ୍ଷରୁ ସହାୟତା ପାଇଁ ଆରମ୍ଭ ହେଲା ଅପରେସନ ବ୍ରହ୍ମା । ଉଦ୍ଧାର ପାଇଁ ଭାରତରୁ ୮୦ ଜଣିଆ ଏନଡିଆରଏଫ ଟିମ୍ । ୧୫ ଟନର ରିଲିଫ ସାମଗ୍ରୀ ମଧ୍ୟ ବାୟୁସେନା ବିମାନରେ ଗଲା । ଟେଣ୍ଟ , ବ୍ଲାଙ୍କେଟ, ସ୍ଲିପିଙ୍ଗ ବ୍ୟାଗ, କିଟସ୍ , ଜେନେରେଟର ପଠାଗଲା । ମିଆଁମାରରେ ୧୦୦୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ମିଆଁମାରର ଭୂକମ୍ପର ପ୍ରଭାବ ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଭାରତ ସରକାର ୧୫ଟନର ରିଲିଫ୍ ସାମଗ୍ରୀ ପଠାଇଛନ୍ତି । ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଆହୁରି ବହୁ ଅଧିକ ହେବା ଆଶଂକା କରାଯାଉଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ୟ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login