ଗଞ୍ଜାମ (ରମେଶ କୁମାର ସାହୁ) : ଉତ୍ସବ ମୁଖର ଗଞ୍ଜାମ ପବିତ୍ର ଚୈତ୍ର ମାସର ପାରମ୍ପରିକ ପ୍ରସିଦ୍ଧ ଦଣ୍ଡନାଚ ସାଙ୍ଗକୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଚଇତିପର୍ବରେ ପ୍ରତି ମଙ୍ଗଳବାର ଦିନ ମାଁଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଜମୁଥିବା ବେଳେ ଚୈତ୍ର ମାସର ୪ଟି ମଙ୍ଗଳବାର ଏବଂ ପଣା ସଂକ୍ରାନ୍ତିରେ ମାଁଙ୍କ ପିଠରେ ମାନସିକ ଧରିମାନେ ନିଜେ ନିଜର ଛୁଆ ମାନଙ୍କୁ ନେଇ ମା’ଙ୍କ ପିଠ ନିକଟରେ ମୁଣ୍ଡନ କରି ଭୋଜିଭାତ କରିଥାନ୍ତି । ସେହିପରି ଗଞ୍ଜାମର ପ୍ରସିଦ୍ଧି ଦଣ୍ଡନାଚ ସାରା ଜିଲ୍ଲାରେ ଏକ ବଡ ପର୍ବ ରୁପେ ପାଳିତ ହୋଇଥାଏ । ମାନସିକ ଦଣ୍ଡ ଧାରୀ ଭକ୍ତ ମାନେ ନିଜ ଗୃହ ପରିତ୍ୟାଗ କରି ଦିର୍ଘ ୧୩ ଦିନ ବ୍ୟାପି ଏହି ଉତ୍ସବରେ ଯୋଗ ଦେଇଥାନ୍ତି । ନିକଟ ଅଞ୍ଚଳର ମାଁ କାଲୀଙ୍କ ମନ୍ଦିରକୁ ଯାଇ ସକଂଳ୍ପ ସହ ପଇତା ଧାରଣ କରିଥାନ୍ତି । ମା ଦଣ୍ଡକାଳିଙ୍କୁ ଏକ ସୁସଜ୍ଜିତ ପ୍ରଭା ମାଧ୍ୟମରେ ମାଙ୍କୁ ଧାରଣ କରି ଗାଁରୁ ଗାଁ ବୁଲି ମଧ୍ୟାହ୍ନରେ ଧୁଳି ଦଣ୍ଡ ପରେ ପାଣିଦଣ୍ଡ ସନ୍ଧ୍ୟାରେ ମାଁଙ୍କ ଆଳତି ଏବଂ ମଧ୍ୟରାତ୍ରୀରେ ୧୩ ଭୁକୁତାପ୍ରାଦ ସେବନ ପରେ ମାଁ କାଳୀଙ୍କୁ ପ୍ରଶ୍ନ କରାଯାଇଥାଏ ପରେ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇଥାଏ। ଏହି ଦଣ୍ଡନାଚ ମାଁ କାଳି ଏବଂ ଭଗବାନ ଶବିଙ୍କୁ ନେଇ କରାଯାଇଥାଏ। ସେହିଭଳି ହାତରେ ନିଆଁ ହୁଳାକୁ ଧରି ଝୁଣା ମାରି, ପତାକା, ମୟୁର ପିଛଂ ଧରି ଢୋଲ ଘଟଂ ବାଦ୍ୟର ତାଳେତାଳ ଦେଇ ଖାଲି ପାଦରେ ଗ୍ରାମକୁ ଗ୍ରାମ ପରିକ୍ରମା କରି ଅତି ନିଷ୍ଠାର ସହ ଦିନ ଗୋଟିଏ ଥର ଭାତ ଖାଆନ୍ତି। ଏହିପରି ୧୩ ଦିନ ପାଳନ କରାଯାଇଥାଏ ।
ଗଞ୍ଜାମ ଦଣ୍ଡ ନାଚରେ ଜମୁଛି ଭକ୍ତଙ୍କ ଭିଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











