ନୂଆଦିଲ୍ଲୀ : ପାକିସ୍ତାନରେ ଭୂକମ୍ପ । ମିଆଂମାର, ଥାଇଲାଣ୍ଡ ପରେ ପାକିସ୍ତାନରେ ଭୂକମ୍ପ ହଲଚଲ କରିଛି । ଭୂକମ୍ପ ଯୋଗୁଁ କୈାଣସି କ୍ଷୟକ୍ଷତିର ଖବର ଆସିନାହିଁ । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଆଜି ଅର୍ଥାତ୍ ଏପ୍ରିଲ୍ ୨ ସକାଳ ୨:୫୮ ମିନଟରେ ପାକିସ୍ତାନରେ ଏହି ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା । ଭୂମିକମ୍ପ ଝଟକା ପରେ ଲୋକମାନେ ଭୟଭୀତ ହୋଇଗଲେ । ଭୁମିକମ୍ପର କେନ୍ଦ୍ରସ୍ଥଳ ବେଲୁଚିସ୍ତାନର ଉଥାଲରୁ ୬୫ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ୧୦ କିଲୋମିଟର ଗଭୀରତାରେ ଥିଲା । ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ପାକିସ୍ତାନରେ ଏକ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିଲ । ଭୂମିକମ୍ପ ଯୋଗୁଁ କୌଣସି କ୍ଷତି ହୋଇନାହିଁ ।
Views: 20