The Ultimate Managed Hosting Platform
ADVERTISEMENT

ମାର୍ଚ୍ଚ ୫ରେ ନେପାଳ ନିର୍ବାଚନ

Facebook
Twitter
LinkedIn

ନୂଆଦିଲ୍ଲୀ : ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ । ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ତାରିଖ ଘୋଷଣା । ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ମାର୍ଚ୍ଚ ୫ରେ ହେବ ନିର୍ବାଚନ । ସଂସଦ ଭଙ୍ଗ ସହ ମାର୍ଚ୍ଚ ୫ରେ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି । ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି । ସୁଶୀଳା ୨୦୧୬ ଜୁଲାଇରୁ ୨୦୧୭ ଯାଏ ନେପାଳ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଥିଲେ । ଦେଶର ପ୍ରଥମ ମହିଳା ବିଚାରପତି ଭାବେ ତାଙ୍କର ଲୋକପ୍ରିୟତା ରହିଛି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା ଶପଥ ନେଇଛନ୍ତି । ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡାଲ ସୁଶୀଳା କାର୍କିଙ୍କୁ ଶପଥ ପାଠ କରାଇଥିଲେ । ସୁଶୀଳାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login