ଭୁବନେଶ୍ୱର : ମାର୍ଚ୍ଚ ୩୧ ପରେ ଆଉ କିଣି ହେବନି ଧାନ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଯେତିକି ଟାର୍ଗେଟ ଥିଲା ତାର ୯୦ପ୍ରତିଶତ ଧାନ ସଂଗ୍ରହ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଉ ଗୋଟିଏ ବଡ଼ ଖବର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଆୟକର ଫାଇଲ ଭରୁଥିବା ବ୍ୟକ୍ତିଙ୍କର ରାସନ୍ କାର୍ଡ କଟିବନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
Views: 22