The Ultimate Managed Hosting Platform
ADVERTISEMENT

ମାର୍ଚ୍ଚ ୨୮ରେ ରିଲିଜ ହେବ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ସାଉଥ ଫିଲ୍ମ

Facebook
Twitter
LinkedIn

ମୁମ୍ବାଇ : ଗତ ବର୍ଷ ଡେଭିଡ୍ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ବର୍ତମାନ ଡେଭିଡ୍ ୱାର୍ଣ୍ଣର ଅଭିନୟ ଜଗତରେ ନିଜର ଦମ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ସେ ଖୁବ୍ ଶୀଘ୍ର ଏକ ଦକ୍ଷିଣ ଭାରତୀୟ ଫିଲ୍ମରେ ନଜର ଆସିବେ ।ଏହି ଫିଲ୍ମରେ ଡେଭିଡ୍ ବଲିଉଡ୍ ଷ୍ଟାର କାର୍ତ୍ତିକ ଆର୍ୟ୍ୟନଙ୍କ ନାୟିକାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖାଯିବେ । କ୍ରିକେଟ ଜଗତର ଏହି ଷ୍ଟାର ଖେଳାଳି ଏବେ ଗ୍ଲାମର ଦୁନିଆରେ ନିଜର ଏକ ପରିଚୟ ତିଆରି କରିବାକୁ ଯାଉଛନ୍ତି । ଡେଭିଡ୍ ପୂର୍ବରୁ ଏସ୍ ଏସ୍ ରାଜାମୌଲିଙ୍କ ସହିତ ଏକ ବିଜ୍ଞାପନ ସୁଟିଂ କରି ସାରିଛନ୍ତି । କାର୍ତ୍ତିକ ଆର୍ୟ୍ୟନଙ୍କ ନାୟିକାଙ୍କ ସହ କାମ କରିବେ ।ତେବେ ଡେଭିଡଙ୍କ ଚରିତ୍ର ବିଷୟରେ ଏପର୍ୟ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଡେଭିଡ୍ ଏବେ ଏହି ସିନେମାରେ ଶ୍ରୀଲୀଲାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଶ୍ରୀଲୀଲା କାର୍ତ୍ତିକ ଆର୍ୟ୍ୟନଙ୍କ ବିପକ୍ଷରେ ଆଶିକି ଥ୍ରୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ଚଳିତ ମାସ ୨୮ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମଟି ଭେଙ୍କି କୁଡୁମୁଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଭେନେଲା କିଶୋର, ଶ୍ରୀଲିଲା ଏବଂ ଲାଲ ଭଳି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login