ଭୁବନେଶ୍ୱର : ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ । ଝିଅଙ୍କ ପାସ ହାର ୯୬.୬୩ ପ୍ରତିଶତ । ପୁଅଙ୍କ ପାସ ହାର ୯୫.୩୯ ପ୍ରତିଶତ । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଝିଅଙ୍କ ରେଜଲ୍ଟ ଭଲ ହୋଇଛି ।ଚଳିତ ବର୍ଷ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ତେବେ ଏଥର କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ । ରାଜ୍ୟର ୨୬୪୪ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ୨୦୨୩ରେ ପାସ୍ ହାର ୯୬.୦୪ ଥିବାବେଳେ ଚଳିତ ବର୍ଷ ଏହାର ୯୬ . ୦୭ ହୋଇଛି ।
Views: 58