କୋଣାର୍କ : ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ କୋଣାର୍କ ଚନ୍ଦ୍ରଭାଗା । ବୁଡ ପକାଇବାକୁ ପ୍ରବଳ ଭିଡ । ପ୍ରାଚୀ ତଟ ପାଲଟିଛି ଜନ ସମୁଦ୍ର । ଭୋରରୁ ବୁଡ ପକାଇଲେଣି ଲକ୍ଷାଧିକ ଲୋକ । ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି । ଚଳିତ ବର୍ଷ ମାଘ ବୁଡକୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ କୋଣାର୍କ ଏନଏଏସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି।
Views: 26