The Ultimate Managed Hosting Platform
ADVERTISEMENT

ମାଆ କୋଳକୁ ଫେରିଲା ଅପହୃତ କୁନି ପୁଅ

Facebook
Twitter
LinkedIn

ଭୁବନେଶ୍ୱର : ଦୃଷ୍ଟିବାଧିତ ମା କୋଳକୁ ଫେରିଲା ଭୁବନେଶ୍ୱରରୁ ଅପହୃତ କୁନି ପୁଅ । ଦୀର୍ଘ ୫୦ ଘଣ୍ଟା ପରେ ମା କୋଳକୁ ଫେରିଲା ଛୁଆ । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାକୁ ହସ୍ତାନ୍ତର । ଛୁଆକୁ ପାଇବା ପରେ ଭାବିହ୍ୱଳ ହାେଇ କୋହ ସମ୍ଭାଳିପାରିଲେନି । ୩ ଦିନ , ୩ ରାତି ପରେ ଛୁଆକୁ ଫେରି ପାଇଛି । ଛୁଆକୁ ଫେରି ପାଇବି ବୋଲି ଆଶା କରି ନ ଥିଲି । ପ୍ରଭୁ ଶ୍ରୀ ରାମଙ୍କ ଦୟାରୁ ଛୁଆକୁ ଫେରି ପାଇଲି ବୋଲି କହିଲେ । ପୋଲିସକୁ ମଧ୍ୟ ଧନ୍ୟବାଦ ଜଣାଇଲେ ପିଲା ଫେରି ପାଇଥିବା ମାଆ । ସେପଟେ ଶିଶୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ପୁରୀରୁ ମୁଖ୍ୟ ଅଭିଯୁକ୍ତ କେଦାର ସେନ ପଣ୍ଡାକୁ ଗିରଫ କରାଯାଇଛି। ତେବେ ଅଙ୍ଗତସ୍କରୀ ନେଇ କୌଣସି ପ୍ରମାଣ ମିଳିନଥିବା କହିଛନ୍ତି ପୋଲିସ କମିଶନର । ଏ ନେଇ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୩ଟା ବେଳେ ଅପହରଣ କରିଥିଲା ଦୁର୍ବୃତ୍ତ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ପରେ ଏକାଧିକ ଟିମ୍ ତଦନ୍ତ କରି ଶିଶୁକୁ ଉଦ୍ଧାର କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login