The Ultimate Managed Hosting Platform
ADVERTISEMENT

ମହୁମାଛି ଆକ୍ରମରେ ୪୧ ଛାତ୍ରୀ ଆହତ

Facebook
Twitter
LinkedIn

ଦାରିଙ୍ଗିବାଡି : ମହୁମାଛି ଆକ୍ରମଣରେ ୪୧ ଛାତ୍ରୀ ଆହତ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବାଡ଼ାବାଙ୍ଗା ସେବାଶ୍ରମର ୪୧ ଅନ୍ତେବାସୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଛାତ୍ରୀ ଗୁରୁତର ସୂଚନା । ସମସ୍ତ ଆହତ ଛାତ୍ରୀ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ,କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ସେବାଶ୍ରମ ବିଦ୍ୟାଳୟର ୪୧ ଜଣ ଅନ୍ତେବାସୀ ପୂର୍ବାହ୍ନ ପ୍ରାୟରେ ଗାଧୋଇବା ସମୟରେ ବାଘୁଆ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ପ୍ରଧାନ ଶିକ୍ଷକ ଆହତ ଛାତ୍ରୀଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି । ପରେ ଛାତ୍ରୀଙ୍କୁ ନେଇ ବାଡାବାଙ୍ଗା ସେବାଶ୍ରମକୁ ଫେରିଥିବା ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ଛାତ୍ରୀ ନିବାସ କୋଠାରେ ବାଘୁଆ ମହୁମାଛି ବସା ବାନ୍ଧିଥିବା ଦେଖାଯାଇଥିଲା । ହେଲେ ଏଥିପ୍ରତି କାହାର ଦୃଷ୍ଟି ନଥିବାରୁ ଆଜି କୌଣସି କାରଣରୁ ଗାଧୋଇବା ସମୟରେ ଛାତ୍ରୀ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login