କେନ୍ଦୁଝର : ମହୁମାଛି ଆକ୍ରମଣରେ ୮ ଛାତ୍ରଛାତ୍ରୀ ଆହତ । କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର କାଳିକାପ୍ରସାଦ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ । ଆଜି ଏକ ଅଟୋରେ ସ୍କୁଲକୁ ଯାଉଥିବା ବେଳେ ଗାଁ ମୁଣ୍ଡରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ । କେଉଁ ଆଡ଼ୁ ଉଡ଼ିଆସି ବିନ୍ଧି ପକାଇଥିଲେ ମହୁମାଛି । ପିଲାଙ୍କ କାନ, ବେକ, ହାତ ଫୁଲିଯାଛି । ଅଟୋ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Views: 20