ଭୁବନେଶ୍ୱର : ମହିଳା ଥାନାରେ ଓଏଏସ ସାର୍ଥକ ସୈାରଭ ମହାପାତ୍ରଙ୍କୁ ପଚରାଉଚରା । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ପଚରାଉଚରା । । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହୋଇଛନ୍ତି ଓଏଏସ୍ ବାବୁ । ଓକିଲଙ୍କ ସହ ମହିଳାଥାନାକୁ ଆସିଥିବା ସାର୍ଥକଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ପତ୍ନୀ ଅର୍ଚ୍ଚନା ଦାଶଙ୍କ ୧୮୦ ବିଏନ୍ଏସ୍ରେ ବୟାନ ରେକର୍ଡ କରିଥିଲା ଭୁବନେଶ୍ବର ମହିଳା ଥାନା ପୁଲିସ । ବାହାଘରଠୁ ଆରମ୍ଭ କରି ସନ୍ତାନ ହେବ ପର୍ୟ୍ୟନ୍ତ ଉଭୟଙ୍କ ଭିତରେ କ’ଣ ଘଟିଥିଲା ସେନେଇ ପଚାରି ବୁଝିଥିଲା ପୁଲିସ । ଗୋଟି ଗୋଟି କରି ସ୍ବାମୀଙ୍କ ବାବଦରେ ପୁଲିସକୁ ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ସୁଖ ଶାନ୍ତିର ପରିବାର କାହିଁକି ଛାରଖାର ହୋଇଗଲା, ସ୍ବାମୀ-ସ୍ତ୍ରୀ କାହିଁକି ଅଲଗା ହୋଇଗଲେ ଆଉ ଅର୍ଚ୍ଚନା ଦେଇଥିବା ଅଭିଯୋଗର ତଥ୍ୟ ପ୍ରମାଣ କ’ଣ ରହିଛି, ସେନେଇ ପଚାରି ବୁଝିଛି ପୁଲିସ । ତେବେ ତଥ୍ୟ ପ୍ରମାଣ ଏକାଠି କରିବା ସହ ଓଏଏସ୍ ଅଫିସରଙ୍କୁ ଥାନାକୁ ଡାକିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ମହିଳା ଥାନାରେ OAS ସାର୍ଥକଙ୍କୁ ପଚରାଉଚରା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...