ମୁମ୍ବାଇ : ମହାରାଷ୍ଟ୍ର ସୋଲାପୁରରେ ଭୟଙ୍କର ଅଗ୍ନିକାଣ୍ଡ । ସେଣ୍ଟ୍ରାଲ୍ ଟେକ୍ସଟାଇଲ୍ ମିଲ୍ସ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ । ନିଆଁ ଲାଗି ଆଠ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ଅନ୍ୟ ୪ ଶ୍ରମିକଙ୍କ ସମେତ ଗୋଟିଏ ଶିଶୁ ରହିଛି । ୩ଜଣ ମୃତକ ଗୋଟିଏ ପରିବାରର ଜଣାପଡିଛି । ଏହି ଅଘଟଣ ରବିବାର ଭୋର ପ୍ରାୟ ୩.୪୫ ସମୟରେ ଘଟିଥିବା ସୂଚନା ମିଳୁଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଖବର ମୁତାବକ, ମହାରାଷ୍ଟ୍ର ସୋଲାପୁରର ଏମାଇଡିସିର ଆକ୍କାଲକୋଟ ରୋଡରେ ଥିବା ସେଣ୍ଟ୍ରାଲ୍ ଟେକ୍ସଟାଇଲ୍ ମିଲ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ସର୍ଡ ସର୍କିଟ ଯୋଗୁଁ ଏପରି ଅଘଟଣ ଘଟିଥିବା ସୂଚନା ମିଳୁଛି । ସକାଳ ପ୍ରାୟ ୪ଟା ସମୟରେ ଧୂଆଁ ଦେଖିବାରୁ ସେହି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ବାସିନ୍ଦା ଏପରି ଘଟଣା ଦେଖିବା ପରେ ୧୦୮ ଆମ୍ବୁଲାନ୍ସ, ପୋଲିସ ପ୍ରଶାସନ, ରାଜସ୍ବ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ ।
Views: 66