ମୁମ୍ବାଇ : ଆଦିପୁରୁଷକୁ ନେଇ ଥମୁନି ବିବାଦ । ମହାରାଷ୍ଟ୍ରର ପାଲଘରରେ ଏକ ମଲ୍ଟିପ୍ଲେକ୍ସରେ ସିନେମା ପ୍ରଦର୍ଶନ ଚାଲିଥିବା ବେଳେ କେତେକ ହିନ୍ଦୁ ସଂଗଠନର ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ମଲ୍ଟିପ୍ଲେକ୍ସ କର୍ମଚାରୀଙ୍କୁ ସିନେମା ପ୍ରଦର୍ଶନ ବନ୍ଦ କରିବାକୁ ଏବଂ ଲୋକଙ୍କୁ ହଲରୁ ବାହାରିଯିବାକୁ କହିଥିଲେ।ରବିବାର ନାଲସପଡ଼ାଠାରେ ଏହି ଘଟଣା ଘଟିଥିଲା। ଏକ ଭିଡ଼ିଓରେ ଜଣେ ଲୋକ କହିବାର ଶୁଣାଯାଉଛି- ଆପଣ ଏଇଆ ଆପଣଙ୍କ ପିଲାଙ୍କୁ ଶିଖାଇବେ? ଆମେ ଲଜ୍ଜିତ। ଆମ ଦେବଦେବୀଙ୍କ ଅପମାନକୁ ଆମେ ସହିପାରିବୁ ନାହିଁ। କର୍ମଚାରୀମାନେ ହଲ୍ ବାହାରକୁ ଆସି କଥା ହେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଲୋକଜଣକ ତାହା ଶୁଣି ନ ଥିଲେ। ସେ କହିଥିଲେ- ଆମେ ଭୀରୁ, କାପୁରୁଷ ଓ ନପୁଂସକ ନୁହଁ। ସମ୍ମାନ ରକ୍ଷା ପାଇଁ ଦରକାର ପଡ଼ିଲେ ଆମେ ଆତ୍ମବଳି ଦେବା ପାଇଁ ବି ପ୍ରସ୍ତୁତ। ହଲ୍ରୁ ବାହାରକୁ ଯିବା ବେଳେ ‘କିଛି ଲଜ୍ଜା ଥିଲେ ବାହାରିଯାଅ’ ବୋଲି ସେ ଲୋକଙ୍କୁ ଆହ୍ବାନ ଦେଇଥିଲେ। କିଛି ଲୋକ ମଧ୍ୟ ବାହାରି ଯାଇଥିଲେ। ସୂଚନାଯୋଗ୍ୟ, ଦୁର୍ବଳ ଭିଜୁଆଲ ପ୍ରଦର୍ଶନ, ଗାଉଁଲି ସଂଳାପ ଏବଂ ଅଭିନେତାମାନଙ୍କର ନିମ୍ନମାନର ଅଭିନୟକୁ ନେଇ ଆଦିପୁରୁଷ ସମାଲୋଚନାର ଶରବ୍ୟ ହୋଇଆସୁଛି। କେବଳ ଭାରତ ନୁହେଁ, ନେପାଳରେ ମଧ୍ୟ ଏହି ଫିଲ୍ମ ବିରୋଧରେ ସ୍ବର ଉଠିଛି।
ମହାରାଷ୍ଟ୍ରରେ ଆଦିପୁରୁଷକୁ ନେଇ ଉତ୍ତେଜନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











