ପୁରୀ : ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଲେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ମହାପ୍ରଭୁଙ୍କ ଦର୍ଶନ କରି ସେ ପ୍ରଚାର ମୈଦାନକୁ ଓହ୍ଲାଇବେ । ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅରୁଣ ସ୍ତମ୍ଭ ନିକଟରେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ବିଜେପିରୁ ଯାଇ ବିଜେଡିରେ ମିଶିଛନ୍ତି ଲେଖାଶ୍ରୀ । ଏହା ପରେ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ଥରେ ସରକାର ଗଢିବ ବୋଲି କହିଛନ୍ତି ଲେଖାଶ୍ରୀ । ବାଲେଶ୍ୱର ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଭାବେ ବିଜେଡି ତାଙ୍କୁ ଟିକେଟ ଦେଇଛି । ଏହା ପରେ ସେ ମହାପ୍ରଭୁଙ୍କ ଦର୍ଶନ କରି ପ୍ରଚାର ମୈଦାନକୁ ଓହ୍ଲାଇବେ ।
Views: 73











