ଭୁବନେଶ୍ୱର : କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ବିଜେପିର କଟାକ୍ଷ । ବିଜେଡିକୁ ଟାର୍ଗେଟ କଲେ ବିଜେପିର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର । ବିଜେଡିକୁ ହାରିବା ଭୟ ଘାରିଛି , ସେଥିପାଇଁ ଫିଲ୍ମ ଷ୍ଟାର ମାନଙ୍କୁ ଖୋଜିଲା । ଆଗରୁ କେବଳ ନବୀନ ଷ୍ଟାର ପ୍ରଚାରକ କହୁଥିଲେ , ଏବେ କଣ ହେଲା । ଅନ୍ୟ ରାଜ୍ୟରେ କଳାକାରଙ୍କୁ ୪୫୦୦ ଟଙ୍କା ଭତ୍ତା ମାତ୍ର ଏଟି ୨ ହଜାର ଟଙ୍କା । ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ ପାଇଁ ଚେଷ୍ଟା କରୁଛି । ଯଦି ଦରଦ ଅଛି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ । କଳାକାରଙ୍କ ଅବସ୍ଥା ଏମିତି ଯେ ବିଜେଡି ଟଙ୍କା ଦେଇ ପ୍ରଚାର କରାଉଛି ।
Views: 86











