ସମ୍ବଲପୁର : ମହାନଦୀକୁ ଡେଇଁଥିବା ଯୁବକ ସୁରକ୍ଷିତ ଉଦ୍ଧାର । ଚାଉଁରପୁର ପୋଲ ଉପରୁ ଡେଇଁ ପଡିଥିଲେ ସୁନାପାଲିର ଯୁବକ । ମହାନଦୀର ଦ୍ୱିତୀୟ ସେତୁ ଉପରୁ ଗତକାଲି ବିଳମ୍ବିତ ରାତିରେ ଡେଇଁ ନିଖୋଜ ଥିଲେ । ରାତି ପ୍ରାୟ ଗୋଟାଏ ସମୟରେ ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗି ଯାଇଥିଲେ କ୍ଷ ସ୍ଥାନୀୟ ଲୋକେ ପାଟି ଶୁଣି ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବ୍ୟକ୍ତି ଜଣକ ସ୍ଥାନୀୟ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି । ଘରେ କଳହ ହେବାରୁ ସେ ଚାଉଁରପୁର ପୋଲ ଉପରୁ ଡେଇଁପଡ଼ିଥିଲେ କ୍ଷ
Views: 61











