ଖଲ୍ଲିକୋଟ: ୨ କାଉଡିଆ , ଜଣେ ପଥଚାରୀ ଉପରେ ମାଡିଗଲା ଟ୍ରକ । ୧୬ନଂ ଏନଏଚର ଡିମିରିଆ ଗାଁ ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ତଳେ ଚାପି ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ମେଡିକାଲରେ ମୃତ । ତେବେ ମୃତ ଦୁଇ କାଉଡିଆ ହେଲେ ବାଣପୁରର ପପୁ ନାୟକ ଓ ରଞ୍ଜିତ ନାୟକ। ଅନ୍ୟ ଜଣେ ମୃତକ ନିକଟସ୍ଥ ଦଲ୍ଲିବାଟି ଗାଁର ମନମାଳି ପାତ୍ର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରକ। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଆନ୍ଧ୍ରରୁ ଭୁବନେଶ୍ବର ଆସୁଥିଲା। ଟ୍ରକର ଦୁଇ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।
Views: 58











