ୟୁପି : ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡିଭାଇଡର ପାର ହେଉଥିବା ଟ୍ରକଟି ଏକ କାର ସହିତ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଷ୍ଟମର୍ଟମ ପରେ ମୃତଦେହ ଗୁଡ଼ିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ଖବର ମୁତାବକ, ସୋନଭଦ୍ରର ହାତୀ ନାଲା ଥାନା ଅଞ୍ଚଳର ରାନିତାଲି ନିକଟରେ ଏହି ଘଟଣା ଘଟିଛି । ଛତିଶଗଡ଼ରୁ ଆସୁଥିବା ଟ୍ରକ ଏବଂ କାର ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା ।କାରରେ ଥିବା ଲୋକଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି । ପୋଲିସ ଘଟଣାର ଯାଞ୍ଚ କରି ଦୁର୍ଘଟଣାର କାରଣ ଜାଣିବାକୁ ଚେଷ୍ଟା କରୁଛି ।
Views: 19