The Ultimate Managed Hosting Platform
ADVERTISEMENT

ମହାକୁମ୍ଭ ଭିଡ; ସଙ୍ଗମ ଷ୍ଟେସନ ବନ୍ଦ

Facebook
Twitter
LinkedIn

ପ୍ରୟାଗରାଜ : ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ ଯୋଗୁଁ ସଙ୍ଗମ ଷ୍ଟେସନ ବନ୍ଦ । ଗତକାଲିଠୁ ଷ୍ଟେସନ ବନ୍ଦ କରିଛି ଉତ୍ତରପ୍ରଦେଶ ସରକାର । ଭିଡ ନିୟନ୍ତ୍ରଣ ଓ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି । ମାଘ ପୂର୍ଣ୍ଣିମାରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ପ୍ରୟାଗରାଜର ଆଖପାଖ ଜିଲ୍ଲା ବନାରସ, କାନପୁର, ଫତେହପୁର, କଟଣୀ, ସତନା ଏବଂ ରିୱା ଷ୍ଟେସନ ଫୁଲ୍ ରହିଛି । ଯାତ୍ରୀ ଷ୍ଟେସନରେ ପାଦ ରଖିବାକୁ ମଧ୍ୟ ଜାଗା ନାହିଁ । ଏହାଛଡା ଜେନେରାଲ ବଗିର ଅବସ୍ଥା ତ ଯାହା ହେଉଛି ହେଉଛି ଏସି ବଗିରେ ବି ଛିଡ଼ା ହେବାକୁ ଜାଗା ନାହିଁ । ଟ୍ରେନ୍ରେ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି ସେମାନେ ବି ନାନାପ୍ରକାର ଅସୁବିଧାର ସାମ୍ନା କରୁଛନ୍ତି । କାରଣ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇନି ସେମାନେ ବି ରିଜର୍ବଭେସନ ବଗିରେ ଚଢି ଯାତ୍ରା କରୁଛନ୍ତି । ଯେଉଁମାନେ ସଂରକ୍ଷିତ ବଗିରେ ଚଢିପାରୁନାହାନ୍ତି ସେମାନେ ଜେନେରାଲ ଶ୍ରେଣୀରେ ଧକ୍କା ଖାଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login