ନୂଆଦିଲ୍ଲୀ : ପାକିସ୍ତାନର ଉତ୍ତମ-ପଶ୍ଚିମ ଇଲାକାରେ ଥିବା ଏକ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଏହି ବୋମା ବିସ୍ଫୋରଣରେ ୫ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଏକ ବରିଷ୍ଠ ପୋଲିସ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ ଏହାକୁ ନେଇ ସୂଚନା ଦେଇଛନ୍ତି । ଅକ୍କରା ଖଟ୍ଟକ ଜିଲ୍ଲାରେ ଏହି ଅଘଟଣ ଘଟିଛି । ବିସ୍ଫୋରଣ ବାବଦରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ପାକିସ୍ତାନର ଖାଇବର ଅଞ୍ଚଳରେ ଥିବା ଜାମିଆ ହାକାନିଆ ନାମକ ମସଜିଦରେ ଏହି ଅଘଟଣ ଘଟିଛି ।
Views: 23