ବରଗଡ : ପୁଣି ଶିଶୁକନ୍ୟା ଅଲୋଡା । ମନ୍ଦିର ପାହାଚରୁ ଉଦ୍ଧାର । ଗୋଡଭଗା ସ୍ଥିତ ଶିବ ମନ୍ଦିର ପାହାଚରୁ ଉଦ୍ଧାର କଲେ ଯୁବକ । ପ୍ରସବ ପରେ କେହି ନବଜାତ ଶିଶୁକନ୍ୟାକୁ ଛାଡି ପଳାଇଥିବା ସୂଚନା । ତେବେ କିଏ ଓ କାହିଁକି ଏପରି ଅବସ୍ଥାରେ ଛାଡି ପଳାଇଲା ଅସ୍ପଷ୍ଟ । ସକାଳୁ ପୂଜା କରିବାକୁ ଆସି ମନ୍ଦିରର ପୂଜକ ଶିଶୁ କନ୍ୟାକୁ ଦେଖିଥିଲେ । ପ୍ରବଳ ଶୀତରେ ନବଜାତକ କାନ୍ଦୁଥିବା ଦେଖି ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇଁ ମନ୍ଦିର ପରିସରରେ ଲୋକଙ୍କ ଭିଡ ଜମିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଭିମସାର ମେଡିକାଲ ପଠାଇଛନ୍ତି ।
Views: 75