The Ultimate Managed Hosting Platform
ADVERTISEMENT

ମଧ୍ୟ ପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ ! ଅସ୍ତ୍ର ବିରତି ପ୍ରସ୍ତାବକୁ ଇସ୍ରାଏଲ କ୍ୟାବିନେଟରେ ଅନୁମୋଦନ

Facebook
Twitter
LinkedIn

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ । ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରତି ରାଜିନାମା । ଆମେରିକା ମଧ୍ୟସ୍ଥତାରେ ଉଭୟ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବିରତି ରାଜିନାମା ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ବାଇଡେନ ଘୋଷଣା କରିଛନ୍ତି । ରାଜିନାମା ଲାଗୁ ଯୋଗୁ ଇସ୍ରାଏଲ-ଲେବାନନ ସୀମାରେ ଲଢ଼େଇରେ ଅବସାନ ଘଟିବ । ପରବର୍ତ୍ତୀ ୬୦ ଦିନରେ ଇସ୍ରାଏଲ ପର୍ୟ୍ୟାୟକ୍ରମେ ବାକି ସେନାକୁ ଅପସାରଣ କରିବ ବୋଲି ବାଇଡେନ କହିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ ଫୋନରେ କଥା ହୋଇଥିଲେ । ଯୁଦ୍ଧ ବିରତି ପାଇଁ ସେମାନେ ଆମେରିକା ପ୍ରସ୍ତାବରେ ରାଜି । ଇସ୍ରାଏଲ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ ଯୁଦ୍ଧ ବିରତି ଏଗ୍ରିମେଣ୍ଟକୁ ଅନୁମୋଦନ କରିଛି । ତେବେ ରାଜିନାମାର ଉଲ୍ଲଂଘନ କଲେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି । ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରାମ ନେଇ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ମିଳିତ ବିବୃତିନାମା ଜାରି କରିଛନ୍ତି । କୂଟନୈତିକ ସ୍ତରରେ ବହୁ ସପ୍ତାହ ଧରି ଆଲୋଚନା ଶେଷରେ ଉଭୟ ଇସ୍ରାଏଲ ଓ ଲେବାନନ ଯୁଦ୍ଧ ବିରାମ ପାଇଁ ରାଜିନାମାକୁ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି । ଏଥିପାଇଁ ପଦକ୍ଷେପ ନେଇଥିବାରୁ ମାକ୍ରନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ବାଇଡେନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login