The Ultimate Managed Hosting Platform
ADVERTISEMENT

ମଣ୍ଡି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଛାଟ ; ଚାଷୀ ବେଶରେ ମଣ୍ଡି ବୁଲିଲେ, ସୋ କଜ୍ ନୋଟିସ ଦେଲେ

Facebook
Twitter
LinkedIn

ଭଦ୍ରକ : ଧାମନଗର ବ୍ଲକ କଟସାହି ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ । ଚାଷୀ ବେଶରେ ମଣ୍ଡି ବୁଲିଲେ, ସୋ କଜ୍ ନୋଟିସ ଦେଲେ ଜିଲ୍ଲାପାଳ । ଜଣେ ଚାଷୀ ପରିଚୟ ଦେଇ ଧାନ ବିକ୍ରି କଥା କହିଥିଲେ ଜିଲ୍ଲାପାଳ । ୮ କେଜି କଟନୀ ଛଟନୀ ହେବ ବୋଲି ମଣ୍ଡି ଅଧିକାରୀ କହିବାରୁ ନୋଟିସ । ô
ଭଦ୍ରକ ଜିଲ୍ଲାରେ ଧାନର କଟଣୀ, ଛଟନୀକୁ ନେଇ ଚାଷୀ ମାନଙ୍କ ଅଭିଯୋଗ ଆସିବା ପରେ ଆକ୍ସନ ମୁଡ଼ରେ ଜିଲ୍ଲା ପ୍ରଶାସନ। ସକାଳୁ ସକାଳୁ ହାପ ପ୍ୟାଣ୍ଟ, ଟି ସାର୍ଟ , ମୁହଁରେ ମାସ୍କ , ଟୋପି ଓ କାନ୍ଧରେ ଗାମୁଛା ପକାଇ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।
ଧାମନଗର ବ୍ଲକ କଟସାହି ସେବା ସମବାୟ ସମିତିକୁ ଗସ୍ତ କରି ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପରିଚୟ ଗୋପନ ରଖି ଚାଷୀଙ୍କୁ ସମସ୍ୟା ପଚାରି ବୁଝିଥିଲେ । ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଜଣେ ଚାଷୀଙ୍କ ନାମରେ ଟୋକନ ଧରି ଧାନ ବିକ୍ରି ପାଇଁ କହିଥିଲେ । ହେଲେ ସମବାୟ ଦାୟିତ୍ଵରେ ଥିବା ଅଧିକାରୀ ଚିହ୍ନିପାରି ନଥିଲେ । ୮ କିଲୋ ପର୍ୟ୍ୟନ୍ତ କଟନୀ ଛଟନୀ ହେବ ବୋଲି କହି ଦେଇଥିଲେ । ବାସ୍ ଫୈସଲା ଅନ୍ ସ୍ପଟ୍। ସଙ୍ଗେ ସଙ୍ଗେ ସେହିଠାରେ ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login