ନୂଆଦିଲ୍ଲୀ : ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୫୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୫.୨ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୪୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଯାହା ଫଳରେ ଏହାର ପ୍ରଭାବ ଆଖପାଖ ରାଜ୍ୟ ମିଆଁମାର ଏବଂ ବାଂଲାଦେଶରେ ଅନୁଭୂତ ହୋଇଥିଲା । ଭୂକମ୍ପର ସ୍ଥିତି ଏନସିଏସ ସୂତ୍ରରୁ ଜଣାପଡିଛି । ସୂଚନାନୁଯାୟୀ, ମଣିପୁର ଚୁରାଚାନ୍ଦପୁରରେ ଭୂକମ୍ପ ସୃଷ୍ଟି ହୋଇଥିଲା । ମଙ୍ଗଳବାର ଏବଂ ବୁଧବାର ମଧ୍ୟରାତ୍ରୀ ପ୍ରାୟ ୧.୫୫ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ମଧ୍ୟମ ଧରଣର ଥିବା କୁହାଯାଉଛି । ଭୂକମ୍ପର ଅକ୍ଷାଂଶ ୨୪.୪୬N ଏବଂ ଦ୍ରାଘିମା ୯୩.୭୦ E ରହିଥିଲା ।
Views: 48