The Ultimate Managed Hosting Platform
ADVERTISEMENT

ମଣିପୁର ‘ବିଜେପି’ ବିଧାୟିକାଙ୍କ ଘର ଉପରକୁ ଫିଙ୍ଗା ଗଲା ବୋମା

Facebook
Twitter
LinkedIn

ଇମ୍ଫାଲ: ଗୁରୁବାର ରାତିରେ ୨ଜଣ ଅଜ୍ଞାତ ବ୍ୟକ୍ତି ମୋଟର ସାଇକେଲରେ ଆସି ମଣିପୁରର ଜଣେ ‘ବିଜେପି’ ବିଧାୟିକାଙ୍କ ବାସଭବନ ଉପରକୁ ଫିଙ୍ଗିଥିବା ଦେଶୀ ବୋମାଟି ଗେଟରେ ଫୁଟିବାରୁ ଗେଟର ଟିଣ ଆବରଣରେ ବିଭିନ୍ନ ସ୍ଥାନରେ କଣା ହୋଇଯାଇଛି। ସଂଗୃହୀତ ତଥ୍ୟାବଳି ଅନୁସାରେ, ବୋମା ଫିଙ୍ଗାଯିବା ସମୟରେ ଇମ୍ଫାଲ୍ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ନାଓରିୟା ପାଖନଗ୍ଲାକପା ନିର୍ବାଚନ ମଣ୍ଡଳୀର ଉକ୍ତ ବିଧାୟିକା କେବି ଦେବୀ ବାସଭବନରେ ଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨ଜଣ ସନ୍ଦିଗ୍ଧ ଗୋଟାଏ ବାଇକ୍ରେ ଆସି ବୋମାଟି ଫିଙ୍ଗିଥିବା କଥା ସେଠାରେ ଥିବା ‘ସିସିଟିଭି’ ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡ଼ିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ପୁଲିସ କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login