ନୂଆଦିଲ୍ଲୀ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା । ଘଟଣାକୁ ନେଇ ନିଜ ଆଡୁ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । କି ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ । ଏଜି ଏବଂ ଏସଜିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ । କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ ବୋଲି କହିଛନ୍ତି ସିଜେଆଇ । ନଚେତ ଆମେ ହସ୍ତକ୍ଷେପ କରିବୁ କହିଲେ ପ୍ରଧାନ ବିଚାରପତି । ଆସନ୍ତା ଶୁକ୍ରବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏଭଳି ଘଟଣାକୁ ଆଦୈା ସ୍ୱୀକାର କରିହେବନି କହିଲେ ସିଜେଆଇ । ସାମ୍ନାକୁ ଆସିଥିବା ଭିଡିଓ ଅତ୍ୟନ୍ତ ଲଜ୍ଜାଜନକ ।
Views: 74