ନୂଆଦିଲ୍ଲୀ : ଥମିବାର ନାଁ ଧରୁନି ମଣିପୁର ହିଂସା । ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା । ଭିଡିଓ ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ସୂଚନା । ପୋଲିସ ଏହି ଘଟଣାରେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସବୁ ଦୋଷୀଙ୍କୁ ଧରିବାକୁ ପଦକ୍ଷେପ ନିଆଯାଉଛି ବୋଲି ପୋଲିସ କହିଛି । ଦୋଷୀ ଯେପରି ମୃତ୍ୟୁଦଣ୍ଡ ପାଇବେ ସେଥିପାଇଁ ପଦକ୍ଷେପ ନିଆଯାଉଛି ।
ସୂଚନା ଅନୁଯାୟୀ, ମଣିପୁରରେ ଦୁଇ ମହିଳାଙ୍କ ନିବସ୍ତ୍ର କରି ରାସ୍ତାରେ ବୁଲାଇବାର ଅତି ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କେବଳ ନିବସ୍ତ୍ର କରି ବୁଲାଇବା ନୁହେଁ ବରଂ ଗଣଦୁଷ୍କର୍ମ କରିଥିବା ଜଣାପଡିଛି । ମହିଳା ଦୁଇଜଣଙ୍କୁ ଦୁଷ୍କର୍ମ ଏବଂ ମାରପିଟ୍ କରିଥିବାରୁ ସେ କିଛି କହିବା ଅବସ୍ଥାରେ ନାହାନ୍ତି । ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି ।
ଖବର ମୁତାବକ, ଘଟଣା ଗତ ମଇ ୪ ତାରିଖରେ ଘଟିଥିଲା ବୋଲି ପୋଲିସ କହିଛି । ଘଟଣା ଘଟିବାର ୨ ସପ୍ତାହ ପରେ ମହିଳା ଦୁଇଜଣ ଥାନାରେ ଆସି ଅଭିଯୋଗ କରିଛନ୍ତି । ଏଭଳି ଖବର ଜଣାପଡିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ ମାମଲାକୁ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ଭିଡିଓରେ ଦୁଇ ଜଣ ମହିଳାଙ୍କୁ ନଗ୍ନ ଅବସ୍ଥାରେ ଅନେକ ପୁରୁଷଙ୍କ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ସଂଘବଦ୍ଧ ଲୋକମାନେ ମହିଳା ମାନଙ୍କୁ ନିବସ୍ତ୍ର କରିବା ସହିତ ସେମାନଙ୍କୁ ଗଣଷ୍ଦୁଷ୍କର୍ମ କରିଛନ୍ତି ।
ତେବେ ମଣିପୁରରେ ଏପର୍ୟ୍ୟନ୍ତ ହିଂସା ଲାଗି ରହିଛି । ଗତ ୪ ମଇରୁ ଇଣ୍ଟରନେଟ ବନ୍ଦ ରହିଛି । ଏହି ହିଂସାରେ ଏପର୍ୟ୍ୟନ୍ତ ୧୨୦ରୁ ଅଧିକ ଲୋକ ମଲେଣି ଆଉ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହେଲେଣି ।
ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା , ଜଣେ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







