ନୂଆଦିଲ୍ଲୀ : ଭୟଙ୍କର ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ୬ ଦଶମିକ ୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। Riverton ଦ୍ବୀପ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀର ପର୍ୟ୍ୟନ୍ତ ଭକମ୍ପର ଝଟକା ଅନୁଭୂତ ହୋଇଛି । ଝଟକା ପରେ ଲୋକେ ଭୟରେ ଘରୁ ବାହାରାକୁ ଚାଲିଆସିଥିଲେ । ତେବେ ଜୀବନହାନୀ କିମ୍ବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଆସନ୍ତା ଏକ ଘଣ୍ଟା ପର୍ୟ୍ୟନ୍ତ ସୁନାମି ସତର୍କତା ନଥିବା ନ୍ୟୁଜିଲାଣ୍ଡ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୦୧୧ ମସିହାରେ ନ୍ୟୁଜିଲାଣ୍ଡରେ ଭୟଙ୍କର ଭୂକମ୍ପରେ ୧୮୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।
Views: 33