ନୂଆଦିଲ୍ଲୀ : ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ । ଲଗାତାର ଦୁଇଟି ଭୂକମ୍ପରେ ଥରିଉଠିଲା । ରିକ୍ଟର ସ୍କେଲରେ ତୀବ୍ରତା ୭.୨ ଓ ୭.୯ ରେକର୍ଡ । ଭୂକମ୍ପରେ ଏଯାଏଁ କ୍ଷୟକ୍ଷତି ସୂଚନା ମିଳିନାହିଁ । ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀରତା ରହିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କିଛି କ୍ଷୟକ୍ଷତି ରିପୋର୍ଟ ଆସିନାହିଁ । ତେବେ ଥରେ ନୁହେଁ ଦୁଇ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୧୧.୫୦ରେ ଏବଂ ୧୨ଟାରେ ତୀବ୍ରତା ଭୂକମ୍ପ ଆସିଛି । ଭୂକମ୍ପ ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଭୂକମ୍ପର ଝଟକା ଥାଇଲାଣ୍ଡର ରାଜଧାନୀ ବ୍ୟାକଂକରେ ମଧ୍ୟ ଅନୁଭୂତ ହୋଇଛି ।
Views: 22