ମୁମ୍ବାଇ : ‘ଭୁଲ୍ଭୁଲୈୟା-୩’ ରେ ନଜର ଆସିବେ ବିଦ୍ୟା। ଆଗାମୀ ଦିନରେ ଭୁଲ୍ଭୁଲୈୟା-୩’ ଫିଲ୍ମ ଆସିବ ବୋଲି ଘୋଷଣା କରାଯାଇଛି। ଫିଲ୍ମର ସୁଟିଂ ମାର୍ଚ୍ଚରୁ ଆରମ୍ଭ ହେବ। ଫିଲ୍ମର ହିରୋ ଭାବେ କାର୍ତ୍ତିକ୍ଙ୍କୁ ଫାଇନାଲ୍ କରାଯାଇଛି। ଏହାର ନିର୍ଦ୍ଦେଶନା ଦେବେ ଅନିସ୍ ବଜ୍ମୀ। ଏହି ଫିଲ୍ମରେ ବିଦ୍ୟା ବାଲାନ୍ ମଧ୍ୟ ଅଭିନୟ କରିବେ। ପୁଣି ଥରେ ଦର୍ଶକେ ବିଦ୍ୟାଙ୍କୁ ମଞ୍ଜୁଲିକା ଭୂମିକାରେ ଦେଖିବେ। ତଥାପି ଫିଲ୍ମର ନାୟିକାଙ୍କୁ ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ। ୨୦୦୭ରେ ‘ଭୁଲ୍ ଭୁଲୈୟା’ ରିଲିଜ୍ ହୋଇଥିଲା। ଏଥିରେ ଅକ୍ଷୟ କୁମାର, ସାଇନି ଆହୁଜା ଓ ବିଦ୍ୟା ବାଲାନ୍ ଲିଡ୍ ରୋଲରେ ନଜର ଆସିଥିଲେ।
Views: 78