The Ultimate Managed Hosting Platform
ADVERTISEMENT

ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଶିଶୁ ମୃତ୍ୟୁ ଅଭିଯୋଗ

Facebook
Twitter
LinkedIn

ଭଦ୍ରକ : ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଶିଶୁ ମୃତ୍ୟୁ ଅଭିଯୋଗ । ଚାନ୍ଦବାଲି ବାଇପାସ ଛକରେ ଟାୟାର ଜାଳି ରାସ୍ତାରୋକ । ରାସ୍ତାରେ ଶିଶୁର ମୃତଦେହ ରଖି ଲୋକଙ୍କ ପ୍ରତିବାଦ । ପରିବାର ଲୋକେ କ୍ଲିନିକ୍ ସମ୍ମୁଖରେ ରାତିତମାମ ଧାରଣା ଦେଇଥିଲେ । ଆଜି ସକାଳୁ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ପୁରା ପରିବାର ବର୍ଗ । ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ସୂଚନା ଅନୁଯାୟୀ, ଭଦ୍ରକ ତିହିଡି଼ ଥାନା ଅଧିନସ୍ଥ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରି ତାଙ୍କ ସ୍ତ୍ରୀଙ୍କ ଡେଲିଭରି ପାଇଁ ଗତ ୨୫ ତାରିଖରେ ଏହି କ୍ଲିନିକ୍ ରେ ଅଲଟ୍ରାସାଉଣ୍ଡ କରାଇଥିଲେ । ପିଲାଟି ସୁସ୍ଥ ଥିବା ରିପୋର୍ଟ ମିଳିଥିଲା । ଗତକାଲି ସ୍ତ୍ରୀଙ୍କ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଶିଶୁଟି ମାଆ ପେଟରେ ହିଁ ମରିଯାଇଥିବା ବେଳେ ଅଲଟ୍ରାସାଉଣ୍ଡ୍ ରିପୋର୍ଟରେ କିଭଳି ଶିଶୁଟି ସୁସ୍ଥ ଥିବା କୁହାଗଲା । ଏନେଇ ପରିବାର ଲୋକେ କ୍ଲିନିକ୍ ସମ୍ମୁଖରେ ଧାରଣା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login