ଭୁବନେଶ୍ୱର : ଓଡିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ପାଇଁ କ୍ୟାବିନେଟ ମୋହର । ୬ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ମିଳିଲା ମଞ୍ଜୁରୀ । କଟକ-ଭୁବନେଶ୍ୱର ମଧ୍ୟରେ ଭିଡ କମାଇବାକୁ ହେବ ରିଙ୍ଗ ରୋଡ । କୋଲକତା-ଚେନ୍ନାଇ ଏନଏଚ-୧୬ ମଧ୍ୟରେ କଟକ, ଭୁବନେଶ୍ୱର ଆସୁଛି । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ରିଙ୍ଗ ରୋଡ ନିର୍ମାଣ ହେବା ଫଳରେ ଭୁବନେଶ୍ବର-କଟକ ମଧ୍ୟରେ ଭାରୀ ବ୍ୟବସାୟିକ ଯାନ ପ୍ରବେଶ ନିୟନ୍ତ୍ରଣ ହେବ। ସହର ମଧ୍ୟକୁ ଭାରୀ ଯାନ ପ୍ରବେଶ ବଦଳରେ ଏହା ବାଇପାସରେ ଚଳାଚଳ କରିବ। ଏହି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ କେବଳ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାତାୟାତକୁ ସୁବିଧାଜନକ କରିବ ନୁହେଁ, ବରଂ ଆର୍ଥିକ ବୃଦ୍ଧି, ଶିଳ୍ପୀୟ ବିସ୍ତାର ଏବଂ ଅଞ୍ଚଳୀୟ ସମୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ହେବ।
Views: 103