ଜଗତସିଂହପୁର : ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ଦୁଇ ଆହତ । ଜଗତସିଂହପୁର ସଦର ଥାନା କୋଦଳପସା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଆଳିପିଙ୍ଗଳ ଅଭିମୁଖେ ଯାଉଥିଲା କାର୍ । ଗାଡି ଭିତରେ ୪ଜଣ ଥିଲେ । କୋଦଳପସା ନିକଟରେ ଭାରସାମ୍ୟ ହରାଇ ଗାଡିଟି ନାଳକୁ ଖସିପଡିଥିଲା । କାର୍ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭତ୍ତିର୍ କରିଛନ୍ତି ସ୍ଥାନୀୟ ଲୋକ ।
Views: 13