ନୂଆଦିଲ୍ଲୀ : ତେଲଙ୍ଗାନାର କୋମାରାମ ଭୀମ ଆସିଫାବାଦ ଜିଲ୍ଲାରେ ୩.୮ ତୀବ୍ରତା ଭୂକମ୍ବ ଝଟକା ଅନୁଭୂତ । ଏହା ସହିତ କରିମନଗର, ସିରିସିଲା, ନିଜାମାବାଦ, ନିର୍ମଲ, ପେଡାପାଲ୍ଲୀ, ନିର୍ମଲ ଏବଂ ସିଦ୍ଧଦୀପ ଜିଲ୍ଲାରେ ଭୂକମ୍ପ ଝଟକା । ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି କିଛି ହୋଇନାହିଁ । କିଛି ସେକେଣ୍ଡ ପାଇଁ ଲୋକ ହାଲକା ଝଟକା ଅନୁଭୂତ କରିଥିଲେ । ତେବେ ଭୂକମ୍ପ ପର ପ୍ରବଳ ବର୍ଷା ପବନ ମଧ୍ୟ ହୋଇଥିଲା । ସୋମବାର ସନ୍ଧ୍ୟା ୬.୫୦ ରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଅକ୍ଷାଂଶ: ୧୯.୨୧ ଉତ୍ତର, ଦ୍ରାଘିମା: ୭୯.୪୧ ପୂର୍ବ । ଏହାର ଗଭୀରତା ଭୂମି ଭିତରେ ୧୦ କିଲୋମିଟର ଥିଲା ।
Views: 32