The Ultimate Managed Hosting Platform
ADVERTISEMENT

ଭାରତ ଫେରିବ ଆତଙ୍କୀ ତହବୁର

Facebook
Twitter
LinkedIn

ନୂଆଦିଲ୍ଲୀ : ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା କୋର୍ଟ। ଭାରତ ଫେରିବ ଆତଙ୍କୀ ତହବୁର।କୋର୍ଟ ତହବୁର ବିରୋଧରେ ଥିବା ସମୀକ୍ଷା ଯାଚିକାକୁ ଖାରଜ କରି ଦେଇଛନ୍ତି। ତହବୁର ରାଣା ଉପରେ ୨୦୦୮ ମସିହାରେ ମୁମ୍ବାଇ ଆକ୍ରମଣ ମାମଲାରେ ପ୍ରମୁଖ ଭୂମିକା ନିଭାଇଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ରାଣାକୁ ମୋଷ୍ଟ୍ ୱାଣ୍ଟେଡ୍ ଘୋଷଣା କରାଯାଇଥିଲା।ଭାରତ ରାଣାର ପ୍ରତ୍ୟାବର୍ତ୍ତନ ଦାବି କରି ଆସୁଥିଲା। ଗତ ନଭେମ୍ବର ୧୩ ତାରିଖରେ ତହବୁର ରାଣା ଆମେରିକା କୋର୍ଟରେ ମାମଲାର ସମୀକ୍ଷା କରିବାକୁ ଏକ ଯାଚିକା ଦାୟର କରିଥିଲେ। ସୁପ୍ରିମ୍କୋର୍ଟ ଉକ୍ତ ଯାଚିକାର ଶୁଣାଣି କରିବାକୁ ଅସ୍ବୀକାର କରି ଦେଇଛନ୍ତି। ବର୍ତ୍ତମାନ ତହବୁର ରାଣାକୁ ଏବେ ଲସ୍ ଏଞ୍ଜେଲସ୍ ମେଟ୍ରୋପଲିଟାନ୍ ଡିଟେନ୍ସନ୍ ସେଣ୍ଟର୍ରେ ହିରାସତରେ ରଖାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login