ନୂଆଦିଲ୍ଲୀ : ୨୦୨୫ ଜାନୁଆରୀ ମାସରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଭାରତ ଆସିବେ ବୋଲି ସୂଚନା ମିଳିଛି । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ପୁଟିନ୍ ଭାରତ ଗସ୍ତ କରିବେ । ଋଷ -ଭାରତ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହେବ । ତେଣୁ ଏଥିରେ ମୁଖ୍ୟ ଅତିଥି ହେବେ ଋଷ୍ ରାଷ୍ଟ୍ରପତି ପୁଟିନ୍ । ଗତ ଥର ମସ୍କୋରେ ଆୟୋଜିତ କାର୍ୟ୍ୟକ୍ରମରେ ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ତେବେ ଯୁଦ୍ଧ ଭିତରେ ପୁଟିନଙ୍କ ଭାରତ ଗସ୍ତ ବିଭିନ୍ନ ଦିଗରେ ଗୁରୁତ୍ୱ ବହନ କରୁଛି । ସବୁବେଳେ ଯୁଦ୍ଧ ବନ୍ଦ କରିବାକୁ ଭାରତ ଆଲୋଚନାକୁ ଗୁରୁତ୍ୱ ଦେଉଥିବାବେଳେ ଗସ୍ତ ସମୟରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ କିଛି ବଡ ଆଲୋଚନା ସମ୍ଭାବନା ରହିଛି ।
Views: 41