The Ultimate Managed Hosting Platform
ADVERTISEMENT

ବ୍ୟାଙ୍କରୁ ଟଙ୍କା କଟିବା ପରେ ରାଗରେ ଏଟିଏମ ଭାଙ୍ଗିଲା ଯୁବକ

Facebook
Twitter
LinkedIn

ଆନନ୍ଦପୁର : ବ୍ୟାଙ୍କରୁ କଟିଗଲା ଟଙ୍କା । ଯାହା ପାଇଁ ରାଗରେ ଏଟିଏମ୍ ଭାଙ୍ଗିଦେଲା ଯୁବକ । ଏଭଳି ଏକ ଆଶ୍ଚର୍ୟ୍ୟକର ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଏଟିଏମରେ । ଏଟିଏମ୍ ଭାଙ୍ଗିଥିବା ଯୁବକ ଜଣକ ଘସିପୁରା ଥାନା ତାଳଗାଁର ସଞ୍ଜୟ କୁମାର ପାତ୍ର । ଯାହା ଖବର ମିଳିଛି କି, ସଞ୍ଜୟର ଆକାଉଣ୍ଟରୁ ଗତକାଲି ରାତିରେ ୧୧୦ ଟଙ୍କା କୌଣସି ବାବଦକୁ କଟି ଯାଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ଏକ ହାତୁଡି ଧରି ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ ବନ୍ଦ ଥିବାରୁ ସେ ଏଟିଏମକୁ ଯାଇ ହାତୁଡି ସାହାଯ୍ୟରେ ଏଟିଏମର କାଚ ଓ ମେସିନକୁ ପିଟି ପିଟି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ ସେ ନିଜେ ମଧ୍ୟ ଆହତ ହୋଇଥିଲା । ତେବେ ଏଟିଏମ ସମ୍ମୁଖରେ ଘସିପୁରା ଥାନା ଥିବାରୁ ପୋଲିସ୍ ଘଟଣାସ୍ଥଳରେ ତୁରନ୍ତ ଆସି ପହଁଚିଥିଲା ଏବଂ ଉକ୍ତ ଯୁବକକୁ କାବୁ କରି ଚିକିତ୍ସା ପାଇଁ ମେଡିକାଲ୍ ନେବା ସହିତ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏପଟେ ଉକ୍ତ ଯୁବକର ମାନସିକ ସ୍ଥିତି ଠିକ୍ ନଥିବା କହିଛନ୍ତି କିଛି ସ୍ଥାନୀୟ ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login